ଶ୍ରେଣୀ: ପଞ୍ଚମ
୧. ବନ୍ଧନୀ
ମଧ୍ୟରୁ ଠିକ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। [
୧×୫ ]
( ବିସ୍ମିତ, ରଙ୍ଗବେରଙ୍ଗ, ଶୃଙ୍ଖଳିତ, ତେଜସ୍କ୍ରିୟ, ମୋତି ମାଣିକ )
କ) ନମ୍ରତା ................... ଠାରୁ ବଳି ବଡ ସମ୍ପଦ।
ଖ) ଗୁରୁଙ୍କ ମୁହଁ ରୁ ଏକଥା ଶୁଣି ତୁଷାର ଓ ଶିଶିର
....................... ହେଲେ।
ଗ) ନୂଆ ଖାଇସାରି ଘରର ଝିଅବୋହୁ ମାନେ ............................
ପୋଷାକ ପିନ୍ଧି ବାହାରିପଡନ୍ତି।
ଘ) ରେଡିୟମ ଗୋଟିଏ ମୁଲ୍ଯବାନ ଓ ....................
ଧାତବ ପଦାର୍ଥ।
ଙ) ଜାପାନୀମାନେ ବହୁତ .................... ଥିଲେ।
୨. ତଳ ଶବ୍ଦ ଗୁଡିକର ବିପରୀତ
ଶବ୍ଦ ଲେଖ। [
୧×୫ ]
କ) ମଣିଷ
ଖ) ଖାଲ
ଗ) ନୂତନ
ଘ) ଅଧ୍ୟାପକ
ଙ) ଅଯୋଗ୍ୟ
୩. ନିମ୍ନ ଲିଖିତ ଶବ୍ଦ ଗୁଡିକର
ଦୁଇଟି ଲେଖାଏ ପ୍ରତିଶବ୍ଦ ଲେଖ [ ୧×୫
]
କ) ଗଛ
ଖ) ସୂର୍ଯ୍ୟ
ଗ) ପର୍ବତ
ଘ) ଜହ୍ନ
ଙ) ଜଙ୍ଗଲ
୪. ନିମ୍ନରେ ଦିଅ ଯାଇଥିବା
ଶବ୍ଦ ର ଅର୍ଥ ଲେଖି ବାକ୍ୟ ଗଠନ କର। [ ୧×୫
]
କ) ଅଭିଳାଷ
ଖ) ଅନୁସନ୍ଧାନ
ଗ) ଓସାରିଆ
ଘ) ଦୃଷ୍ଟିଗୋଚର
ଙ) ତେଜସ୍କ୍ରିୟ
୫. ‘କ’ ସ୍ତମ୍ବ ସହ ‘ଖ’ ସ୍ତମ୍ବ ମିଳାଅ। [ ୧×୧୦
]
|
‘କ’ ସ୍ତମ୍ବ |
‘ଖ’ ସ୍ତମ୍ବ |
|
ରାଗ |
ଜୀବନ
|
|
ଓଦା |
ଅଗଷ୍ଟ
୧୫ |
|
ସ୍ଵାଧୀନତା
ଦିବସ |
ଜୁଳୁଜୁଳିଆ
ପୋକ |
|
ଜଳ |
ସରସର |
|
ଖଦ୍ୟୋତ
|
ଗରଗର |
|
ଧୁଳି |
ଦକ୍ଷିଣା |
|
ଖାଲ |
ବାଲି |
|
ଯନ୍ତ୍ର |
ପ୍ରଥା |
|
ପରମ୍ପରା
|
ଢିପ |
|
ଗୁରୁ |
ପାତି |
୬. ସଂକ୍ଷେପରେ ଉତ୍ତର
ଦିଅ। [ ୧×୧୦
]
କ) ମେକରଣ କେଉଁ ସ୍ଥାନ ରେ ତପସ୍ୟା କରିଥିଲେ?
ଖ) ମା କାହାକୁ ଦୁଖୀଧନ ବୋଲି ସମ୍ବୋଧନ କରିଛନ୍ତି?
ଗ) ଜାପାନର ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କିପରି
ହୋଇଥାଏ?
ଘ) କଲେଜରେ ପଢିବା ପାଇଁ ମାନିଆ କିପରି ଅର୍ଥ ଯୋଗାଡ
କରିଥିଲେ?
ଙ) ଫୁଲକୁ ଆମେ କେଉଁ ସବୁ କାର୍ଯ୍ୟରେ ବ୍ୟବହାର କରୁ?
ଚ) ନୂଆଖାଇ ପର୍ବ କେବେ ପାଳନ କରାଯାଏ?
ଛ) ପାଠ ପଢା ସାରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ
କଣ ଜଣାଇଲେ?
ଜ) ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇ କଣ ଦେଖାଇଲେ?
ଝ) ଆମ ଦେଶ ପରାଧୀନ ଥିବାବେଳେ କଣ ଅସୁବିଧା ହେଉଥିଲା?
ଞ) କେଉଁ ମାନେ ଫୁଲ ଦ୍ଵାରା ଆକୃଷ୍ଟ ହୋଇଥାନ୍ତି?
୭. ନିମ୍ନୋକ୍ତ ପ୍ରଶ୍ନ ର
ଉତ୍ତର ୨ ରୁ ୩ ଟି ବାକ୍ୟ ରେ ଦିଅ। [ ୨×୧୦]
କ) ଦେଶରେ କଳକାରଖାନା ଗଢିଉଥିଲେ ଆମର କଣ ସୁବିଧା
ହେବ?
ଖ) ରାଜା ନିଜକୁ ମୂର୍ଖ ବୋଲି ମନେକଲେ। କାରଣ ଲେଖା?
ଗ) ଶୁଖିଲା ପତ୍ର କୁ ପକ୍ଷୀ ଟି କିପରି ବ୍ୟବହାର
କରୁଥିବାର ଶିଷ୍ୟ ମାନେ ଦେଖିଲେ?
ଘ) ନୂଆଖାଇ ପର୍ବର ବିଶେଷ୍ୟତ କଣ?
ଙ) ତୁମେ ଛୋଟ ପିଲା ହୋଇଥିଲେ ସମାଜ ର କି ଉପକାର କରିଥାନ୍ତ?
ଚ) ବିଶ୍ୱବିଦ୍ୟାଳୟ ରେ ପଢିବା ବେଳେ ମାନିଆ କି
କି ଅସୁବିଧା ସମ୍ମୁଖୀନ ହୋଇଥିଲେ?
ଛ) ଭାରତୀୟ ପିଲା ତିନିଜଣ ସେଦିନ ପ୍ରାତଭୋଜନ ଖାଇପାରି
ନଥିଲେ। କାରଣ ଲେଖ।
ଜ) ମା ଶ୍ରୀକୃଷ୍ଣ କଂର କେଉଁକଥା ମନେ ପକାଉଥିଲେ
?
ଝ) ମରୁଭୁମି କୁ ମେକରଣ କିପରି ପାଣି ନେଉଥିଲେ?
ଞ) ତପସ୍ୟା ସମୟରେ ମେକରଣ କିପରି ଜୀବନ ବିତାଉଥିଲେ?
୮. ପ୍ରବନ୍ଧ ଲେଖ - “ଆମବିଦ୍ୟାଳୟ”
[
୧×୧୫ ]
୮. ସରଳ ଭାଷା ରେ ବୁଝାଇଲେଖ
(ଯେ କୌଣସି ୩ ଟି ର ) [
୩×୫ ]
କ) ସତେ ଯେପରି ଉତ୍କଟ ଦାରିଦ୍ୟ ମହାବଳ ବାଘଭଳି ପଞ୍ଝା ଖୋଲି ଶୀତ ରୂପରେ
ତାଙ୍କୁ ମାଡିବସେ।
ଖ) ଦୀପଟିଏ ପରି ସେ ଜଳି ଜଳି ଗଲେ; ଅଥଚ ଜଗତକୁ ଦେଇଗଲେ ଏକ ଅଲିଭା
ଆଲୋକ।
ଗ) ‘ମୋହ ଯୋଗୁଁ ପଟ ଯାଏ ନିସ୍ତରି’
ଘ) ଏଥିରେ ଜାତିଅଜାତି, ଉଚ୍ଚନୀଚ ଭେଦଭାବ ନଥାଏ।
ଙ) ସୃଷ୍ଟିର ମଙ୍ଗଳ ପାଇଁ ତୁମେ କାର୍ଯ୍ୟ କରିଗଲେ ସେହି ହେବ ମୋର ପ୍ରକୃତ ଗୁରୁଦକ୍ଷିଣା।
୯. ନିମ୍ନ ଲିଖିତ ଉତ୍ତର ପାଇଁ ଉପଯୁକ୍ତ ପ୍ରଶ୍ନ ତିଆରି କର। [ ୧×୧୦
]
ଖ) ଜାପାନ ରେ ମାତୃଭାଷା କୁ ବହୁତ ଗୁରୁତ୍ଵ ଦିଆଯାଏ।
ଗ) ଗାଈଦୁହିଁବା ବେଳେ ମା ସିକା ଓ ଛନ୍ଦ ଲୋଡନ୍ତି।
ଘ) ମୋତି ଓ ଲାଲା ମରୁଭୁମି କୁ ପାଣି ନେଇ ଯାଉଥିଲେ।
ଙ) ଲୋକମାନେ ସୁନା କୁ ଅନ୍ୟ ଧାତୁ ଅପେକ୍ଷା ଅଧିକ ଭଲପାଆନ୍ତି।
ଚ) ମାନିଆ
ରେଡିୟମ ର ସଂସ୍ପର୍ଶ ରେ ବାରମ୍ବାର ଆସିବା ଦ୍ଵାରା ତାଙ୍କ ମୃତ୍ୟୁ ହୋଇଥିଲା।
ଛ) ଫୁଲରୁ ଅତର ପ୍ରସ୍ତୁତ କରାଯାଇଥାଏ।
ଜ) ବୁଢୀଟି ଶୁଖିଲା ପତ୍ର କୁ ଜାଳି ରୋଷେଇ କରିବା
ବୋଲି କହିଲା।
ଝ) ରାଜା ପର୍ବତ ଉପରେ ଏକ ଉଜ୍ଜ୍ଵଳ ଆଲୋକ ଜଳୁଥିବାର
ଦେଖିଲେ।
ଞ) ଆମେ ଦେଶର ମାନ ରଖିବା ପାଇଁ ନିଜକୁ ବଳି ଦେବାକୁ
ପଛାଇବା ନାହିଁ।
******************** ଶୁଭକାମନା ********************
Comments
Post a Comment