ବିଜ୍ଞାନ ସିଦ୍ଧି ପରୀକ୍ଷା

ଶ୍ରେଣୀ: ଷଷ୍ଠ

ପୂର୍ଣାଙ୍କ: ୧୦୦                                                                    ସମୟ: ୨ ଘଣ୍ଟା

 

୧. ଶୂନ୍ୟସ୍ଥାନ ପୂରଣ କର।                                                                                 [ ୧×୫ ]

          କ) ____________ ଅଭାବ ରୁ ଗଳଗଣ୍ଡ ରୋଗ ହୋଇଥାଏ।

          ଖ) ଦୁଇଟି ଗଣ୍ଠି ମଧ୍ୟ ରେ ଥିବା ସ୍ଥାନ କୁ _________ କୁହାଯାଏ।

          ଗ) ଗୋଳିଆ ପାଣି କୁ ପରିଷ୍କାର କରିବା ପାଇଁ __________ ପ୍ରଣାଳୀ ବ୍ୟବହାର ହୁଏ।

          ଘ) ନଳିତା ଗଛର ____________ ଅଂଶ ରୁ ଝୋଟ ସଂଗ୍ରହ କରାଯାଏ।

          ) ତୁତିୟା କୁ ଗରମ କଲେ _______________ ସୃଷ୍ଟି ହୁଏ।

         

୨. ଠିକ ଥିଲେ (     ) ଓ ଭୁଲ ଥିଲେ ( × ) ଚିହ୍ନ ଦିଅ।                                                [ ୧×୫ ]

          କ) ଜଙ୍ଗଲରେ ଦେଖାଯାଉଥିବା ଉଦ୍ଭିଦ କୁ ମରୁଜ ଉଦ୍ଭିଦ କୁହାଯାଏ।

          ଖ) କେତେକ ଗଛର କାଣ୍ଡରୁ ନୂତନ ଗଛ ସୃଷ୍ଟି ହୋଇପାରେ।

          ଗ) ପଟାସ ସାର ଜଳରେ ଦ୍ରବିଭୂତ ହୋଇଯାଏ।

          ଘ) ମୂଷା ଏକ ସର୍ବଭୂକ ପ୍ରାଣୀ।

          ) ଅଁଳା ରେ ଭିଟାମିନ D ପ୍ରଚୁର ପରିମାଣରେ ଥାଏ।

 

୩. ସ୍ତମ୍ବ ସହ ସ୍ତମ୍ବ ମିଳାଅ ।                                                                   [ ୧×୫ ]

ସ୍ତମ୍ବ

ସ୍ତମ୍ବ

କଦଳୀ

ଗୋଳିଆ ପାଣି

ରେୟନ

ନିମ୍ବ

ଆକର୍ଷୀ

ଲୌହ ଲବଣ

ଯୌଗିକ ପତ୍ର

କୃତିମ ତନ୍ତୁ

ଫିଲ୍ଟର ପେପର

କଲରା

 

 

 

୪. ରେଖାଙ୍କିତ ପଦ ବଦଳାଇ ଭ୍ରମ ସଂଶୋଧନ କର।                                              [ ୧×୬ ]

          କ) ଶ୍ଵେତସାର ଜାତୀୟ ଖାଦ୍ଯ ଖାଇଲେ ହଜମ କ୍ରିୟା ଭଲରେ ହୋଇଥାଏ।

          ଖ) ଶିମିଳି ଗଛର ଛାଲ ରୁ ତୁଳା ପ୍ରସ୍ତୁତ କରାଯାଏ।

          ଗ) ଜଳ ରୁ ବରଫ ହେବ ଏକ ରାସାୟନିକ ଓ ଅପ୍ରତ୍ୟାବର୍ତୀ ପରିବର୍ତନ ଅଟେ।

          ଘ) ଜୀବ ମାନେ ନିଜ ପରିବେଶ ସହ ଖାପ ଖୁଆଇ ଚଳିବାକୁ ପରିସ୍ଥାନ କୁହାଯାଏ।

          ) ପତ୍ର ର ମଧ୍ୟ ଶିରା ରୁ ପ୍ରଶାଖା ଶିରା ବାହାରିଥାଏ ।

          ଚ) ବନସ୍ପତି ଘିଅ ପ୍ରାଣୀ ଠାରୁ ମିଳିଥାଏ।

୫. ସଂକ୍ଷେପରେ ଉତ୍ତର ଦିଅ।                                                                             [ ୧×୧୦ ]

          କ) ଜାଲକ ଶିରାବିନ୍ୟାସ କଣ ଲେଖା।

          ଖ) ଜଳଜ ଉଦ୍ଭିଦ କାହାକୁ କୁହାଯାଏ? ଉଦାହରଣ ଦିଅ।

          ଗ) ଜୀବମାନେ ବଂଶ ବୃଦ୍ଧି କିପରି କରିଥାନ୍ତି?

          ଘ) ଅତି ସ॰ତୃପ୍ତ ଦ୍ରବଣ କଣ?

          ) ବସ୍ତୁର ଦୁଇଟି ମୌଳିକ ଗୁଣ ଲେଖ।

          ଚ) ଓଡିଶାର କେଉଁ ସ୍ଥାନ ରେ ଲଳିତା ଚାଷ କରାଯାଏ?

          ଛ) ପାଛୁଡିବା ପ୍ରଣାଳୀ ଦ୍ଵାରା କେଉଁ କେଉଁ ପଦାର୍ଥ କୁ ଅଲଗା କର ଯାଇ ପାରିବ?

          ଜ) କେଉଁ କେଉଁ ଖାଦ୍ଯ ରୁ ଅୟୋଡିନ ଯୁକ୍ତ ଲବଣ ମିଳେ?

          ଝ) କେଉଁ ଖାଦ୍ଯ ଆମକୁ ଶକ୍ତି ଯୋଗାଏ?

          ଞ) ଆମେ କେଉଁ କେଉଁ ଗଛର କାଣ୍ଡକୁ ଖାଇବା ରେ ବ୍ୟବହାର କରୁ?

 

୬. ନିମ୍ନୋକ୍ତ ପ୍ରଶ୍ନ ର ଉତ୍ତର ୨ ରୁ ୩ ଟି ବାକ୍ୟ ରେ ଦିଅ।                                           [ ୨×୬]

          କ) ତନ୍ତୁ ଜାତୀୟ ଖାଦ୍ଯ କଣ ଓ ଏହାକୁ ଆମେ ଖାଇଲେ କଣ ଉପକାର ହେବ?

          ଖ) ପରିସ୍ରବଣ ପ୍ରଣାଳୀ କଣ ବୁଝାଇ ଲେଖା।

          ଗ) ତନ୍ତୁ ର ପ୍ରକାର ଭେଦ କର।

          ଘ) କାଚ ଗୁଣ୍ଡ ଓ ଲୁଣ ମଧ୍ୟ ରେ ଥିବା ଦୁଇଟି ସାଦୃଶ୍ୟ ଲେଖ।

          ) ଶିଉଳି ଏକ ଉଦ୍ଭିଦ କି ନାହିଁ ବୁଝାଇ ଲେଖ।

          ଚ) ଉଦ୍ଭିଦ କାଣ୍ଡ ର କାର୍ଯ୍ୟ କଣ କଣ?

୭. କାରଣ ଦର୍ଶାଅ। ଯେ କୌଣସି ୩ ଟି ର                                                           [ ୩×୩ ]

          କ) ତୁମର ପଡୋଶିର ଗଳା ଫୁଲିକି ରହୁଛି।

          ଖ) ଓଟ  ମରୁଭୁମି ରେ ସହଜ ରେ ରହିପାରେ।

          ଗ) ମହମବତୀ ଜଳିବା ଏକ ରସାୟନିକ ପରିବର୍ତନ ଅଟେ।

          ଘ) ଯାନ ବାହାନ ର ଆଗ କାଚ ରେ wipers ଲାଗିଥାଏ।

 

୮. ପାର୍ଥକ୍ଯ ଦର୍ଶାଅ। ଯେ କୌଣସି ୩ ଟି ର                                                          [ ୩×୩ ]

          କ) ଗୁଚ୍ଛ ମୂଳ ଓ ପ୍ରଧାନ ମୂଳ

          ) କୃତିମ ତନ୍ତୁ ଓ ପ୍ରାକୃତିକ ତନ୍ତୁ

          ଗ) ଅବକ୍ଷେପଣ ଓ ପରିସ୍ରବଣ

          ଘ) ଶ୍ଵେତସାର ଓ ପୃଷ୍ଟିସାର

 

୯. ନିଜ ଭାଷାରେ ଉତ୍ତର ଦିଅ। ଯେ କୌଣସି ୩ ଟି ର                                            [ ୩×୩ ]

          କ) ସୁଷମ ଖାଦ୍ଯ କାହାକୁ କୁହାଯାଏ?

          ଖ) ମୁମ୍ବାଇ, ଅହମଦାବାଦ ଓ ସୁରାଟ ରେ ଅଧିକ ସୂତା କଳ ଗଢି ଉଠିବାର କାରଣ କଣ?

          ) ପତ୍ର ର ଚିତ୍ରକରି ତାର ବିଭିନ୍ନ ଅଂଶ କୁ ଚିହ୍ନାଅ। ପତ୍ର ର କାର୍ଯ୍ୟ ଲେଖ।

          ଘ) ଭୌତିକ ଓ ରାସାୟନିକ ପରିବର୍ତନ କଣ ଉଦାହରଣ ସହ ବୁଝାଅ।

 

୧୦. ନିମ୍ନୋକ୍ତ ପ୍ରଶ୍ନ ମଧ୍ୟରୁ ୬ ଟି ପ୍ରଶ୍ନ ର ଉତ୍ତର ବିସ୍ତାର ଭାବେ ଦିଅ ?                        [ ୫×୬ ]

          କ) ଭିଟାମିନ, ସେଗୁଡିକର ଉସ ଓ ଅଭାବ ଜନିତ ରୋଗ ଓ ଲକ୍ଷଣ ଲେଖା।

          ଖ) ଜୀବର ଗୁଣ ଗୁଡିକୁ ବିସ୍ତାର ଭାବେ ବୁଝାଇ ଲେଖ।

          ଗ) ଫୁଲ ର ଏକ ଚିତ୍ର କରି ତାର ବିଭିନ୍ନ ଅଂଶ କୁ ଚିହ୍ନାଅ।

          ଘ) ବିଭିନ୍ନ ପଦାର୍ଥ କୁ  ପୃଥକ କରିବା ପ୍ରଣାଳୀ ଆଲୋଚନା କର।

          )

ଖାଦ୍ଯ ର ନାମ

ଆବଶ୍ୟକ ଉପାଦାନ

ଉପମା

 

ଡାଲମା

 

ଛେନାପୋଡ

 

ମାଛ ବେସର

 

ଦହି ବରା

 

 

          ଚ) ପରିବର୍ତନ ରେ ତାପ ର ପ୍ରଭାବ କୁ ବର୍ଣନା କର।

          ଛ) କୃଷ୍ଣ କାର୍ପାସ ମୂର୍ତ୍ତିକା ରେ କପା ଚାଷ ଭଲ ହୁଏ ବୁଝାଇଲେଖ। ଆମ ଦେଶର କେଉଁ ଅଞ୍ଚଳରେ           ଅଧିକ କପା ଚାଷ କର ଯାଇଥାଏ?

          ଜ) ପରିସ୍ଥାନ କଣ? ଜୀବ ଓ ଉଦ୍ଭିଦଙ୍କର ବିଭିନ୍ନ ପରିସ୍ଥାନ କୁ ଲେଖ।

 

 

 

 

 

 

 

 

 

 

 

 

******************** ଶୁଭକାମନା ********************

 

 

 

 

Comments

Popular posts from this blog

Class 5 science sample question | ପଞ୍ଚମ ଶ୍ରେଣୀ ବିଜ୍ଞାନ ନମୁନା ପରୀକ୍ଷା